ନୂଆଦିଲ୍ଲୀ: ଇଜିପ୍ଟର ଦକ୍ଷିଣରେ ଥିବା ସହର ଆବୁ ଗୋରାବର ମରୁଭୂମି ତଳୁ ମିଳିଲା ପ୍ରାଚୀନ ମନ୍ଦିର। ଯାହା ପ୍ରତ୍ନତତ୍ତ୍ୱବିତଙ୍କୁ ଆଶ୍ଚର୍ଯ୍ୟ କରିଛି। ମରୁଭୂମିର ବାଲି ତଳୁ ଏହି ସୂର୍ଯ୍ୟ ମନ୍ଦିର ମିଳିଛି। ଯାହା ୪୫୦୦ ବର୍ଷ ତଳର ବୋଲି କୁହାଯାଉଛି। ଦୀର୍ଘ ୪୫୦୦ ବର୍ଷ ହେବ ମରୁଭୂମିର ବାଲି ତଳେ ପୋତି ହୋଇ ରହିଥିଲା ଏହି ମନ୍ଦିର। ଏହାକୁ ରାଜା ଫାରୋସ ନିର୍ମାଣ କରିଥିଲେ। ଇଜିପ୍ଟରେ ଏହି ମନ୍ଦିର ସାମ୍ନାକୁ ଆସିବା ପରେ ପ୍ରତ୍ନତତ୍ତ୍ୱବିତ୍ କହିଛନ୍ତି, ଏଭଳି ପ୍ରାଚୀନ ମନ୍ଦିର ଖୋଜିବାକୁ ଦୀର୍ଘ ସମୟ ଲାଗିଥାଏ। କିନ୍ତୁ ଯେତେବେଳେ ଏହିଭଳି କିଛି ମିଳିଥାଏ ସେତେବେଳେ ଏହାର ସଭ୍ୟତା, ସଂସ୍କୃତି ଓ ସେ ସମୟର ନିର୍ମାଣଶୈଳୀ ବାବଦରେ ଅନେକ କିଛି ତଥ୍ୟ ମିଳିଥାଏ। ଆଉ ଏହି ସଭ୍ୟତାରୁ ଅନେକ କିଛି ଶିଖିବାକୁ ମିଳିଥାଏ। ଏହାକୁ ମିଶରର ରାଜା ଫେରୋହ ନିର୍ମାଣ କରିଥିଲେ। ତାଙ୍କର ଉଦ୍ଦେଶ୍ୟ ଥିଲା କିଭଳି ତାଙ୍କୁ ଲୋକେ ମନେରଖନ୍ତୁ ଓ ଭଗବାନ ଭଳି ପୂଜା କରନ୍ତୁ। କାରଣ ମନ୍ଦିର ସହ ଏଠାରେ ପିରାମିଡ ନିର୍ମାଣ କରାଯାଇଥିଲା। ଯେଉଁଠାରେ ଫେରୋହଙ୍କୁ ମୃତ୍ୟୁ ପରେ କବର ଦିଆଯାଇଥିଲା। ଏହାପୂର୍ବରୁ ଇଜିପ୍ଟର ପୂର୍ବ ଅଞ୍ଚଳରେ ଏକ ପ୍ରାଚୀନ ସୂର୍ଯ୍ୟ ମନ୍ଦିର ମିଳିଥିଲା। ଆଉ ଏହିଠାରୁ ଜଣାପଡିଥିଲା ଯେ, ଦେଶରେ ଆହୁରି ଏଭଳି ସୂର୍ଯ୍ୟ ମନ୍ଦିର ରହିଛି। ଆଉ ସେବେଠାରୁ ଏହି ମନ୍ଦିର ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଦେଶରେ ଏଭଳି ୬ଟି ସୂର୍ଯ୍ୟମନ୍ଦିର ମାଟି ତଳେ ରହିଥିବା ଜାଣିବାକୁ ମିଳିଥିଲା। ଆଉ ଏବେ ଅଭୁ ଗୋରାବର ମରୁଭୂମି ଅଞ୍ଚଳରୁ ଗୋଟିଏ ସୂର୍ଯ୍ୟ ମନ୍ଦିର ଠାବ କରାଯାଇଛି। ଏହି ମନ୍ଦିରକୁ ମାଟିରେ ତିଆରି ହୋଇଥିବା ଇଟାରେ ନିର୍ମାଣ କରାଯାଇଥିଲା। ଏହି ମନ୍ଦିରରୁ ଧଳା ଚୂନ ପଥରର ଦୁଇ ଫୁଟ ମୋଟେଇର ଖମ୍ବ ମିଳିଛି। ଯାହା ଦର୍ଶାଉଛି ସୂର୍ଯ୍ୟ ମନ୍ଦିରର ନିମ୍ନ ପାର୍ଶ୍ବରେ କେତେ ଶକ୍ତ ଥିଲା। ଏହାସହ ମନ୍ଦିରରେ କିଛି ମାଟି ଭର୍ତ୍ତି ପାତ୍ର ମିଳିଛି, ଯାହା ୪୫୦୦ ବର୍ଷ ତଳ କଳା ଭାସ୍କର୍ଯ୍ୟର ନମୁନା। ତେବେ ଇଜିପ୍ଟରେ ଏଭଳି ସୂର୍ଯ୍ୟ ମନ୍ଦିର ନିର୍ମାଣ ପଛରେ କଣ କାରଣ ରହିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଅନେକ ରାଜାଙ୍କ ଦ୍ୱାରା ଏଠାରେ ସୂର୍ଯ୍ୟ ମନ୍ଦିର ନିର୍ମାଣ ହେବାର ଇତିହାସ ରହିଛି। ସାଧାରଣତଃ ଇଜିପ୍ଟରେ ସୂର୍ଯ୍ୟଙ୍କୁ ରା ନାମରେ ଡକାଯାଇଥାଏ।
ବାଲି ତଳୁ ମିଳିଲା ୪୫୦୦ ବର୍ଷ ତଳର ସୂର୍ଯ୍ୟ ମନ୍ଦିର
Share Now: